ରାଜ୍ୟ ପରିବହନ ବିଭାଗକୁ ଇଡିର ନୋଟିସ୍

ଭୁବନେଶ୍ୱର: ମନି ଲଣ୍ଡ୍ରିଂ ସନ୍ଦେହରେ ରାଜ୍ୟ ପରିବନ ବିଭାଗକୁ ଇଡିର ନୋଟିସ୍ ।ରାଜ୍ୟ ପରିବହନ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ସନ୍ଦେହରେ ବିଭାଗ ସହିତ ଜଡ଼ିତ ୩୪ ଜଣଙ୍କର ତଥ୍ୟ ମାଗିଛି ଇଡି।
ଅଭିଯୋଗ ଅନୁସାରେ, କେତେକ ପରିବହନ ସଂସ୍ଥା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ନବୀକରଣ ନକରି କିମ୍ବା ଟିକସ ଫାଙ୍କି ଗାଡ଼ି ଚଲାଉଥିବା ପରିବହନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଆସୁଛି ।

କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ତୁରନ୍ତ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଇଡି ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗକୁ ଚିଠି କରାଯାଇଥିଲା। ଅଗଷ୍ଟ ୮ ତାରିଖରେ ବିଭାଗ ପକ୍ଷରୁ କଟକ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛି ଇଡି।

Leave a Reply

Your email address will not be published. Required fields are marked *