ହାତୀ ଆତଙ୍କ: ଚାଷୀଙ୍କ ବ୍ୟାପକ ଫସଲ କ୍ଷତି

Oplus_131072

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଘୁମୁସର ଉତ୍ତର ବନଖଣ୍ଡରେ ହାତୀଙ୍କ ଆତଙ୍କ ଗତ କିଛି ଦିନ ଧରି ବଢ଼ିଛି। ହାତୀମାନେ ଜଙ୍ଗଲରୁ ବାହାରି ଗ୍ରାମ ଫସଲକୁ ନଷ୍ଟ କରୁଛନ୍ତି।ଶୁକ୍ରବାର , ହାତୀମାନେ ମୁଜାଗଡ଼ ଗ୍ରାମରେ ବ୍ୟାପକ ଧାନ ଫସଲ କ୍ଷତି କରିଛନ୍ତି, ଯାହାକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇଛନ୍ତି। ଅପରପକ୍ଷରେ, ଏହି ବନଖଣ୍ଡରେ ୫୪ ହାତୀ ଥିବା ଜଣାପଡ଼ିଛି।ମୁଜାଗଡ଼ରେ ହାତୀମାନେ ଫେରି ଜଙ୍ଗଲକୁ ଯିବା ପାଇଁ, ବିଭାଗୀୟ କର୍ମଚାରୀମାନେ ଚେଷ୍ଟା କରୁଛନ୍ତି ବୋଲି ଡିଏଫଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *