ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ

Oplus_131072

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁଣି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ଦୁଇଟି ପୃଥକ ପୃଥକ ଘଟଣା ରିପୋର୍ଟ ହୋଇଛି।ପ୍ରଥମ ଘଟଣାରେ ଯାଜପୁରର ଶଙ୍କର ମିଶ୍ର ନାମକ ଜଣେ ଭକ୍ତ ଗୋପାଳ ବଲ୍ଲଭ ପୂଜା ପରେ ସେବକ ବେଶରେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ରତ୍ନ ସିଂହାସନକୁ ସ୍ପର୍ଶ କରିଥିଲେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ପୁଲିସ୍ ତାଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ସେହିପରି ମନ୍ଦିର ପରିସରରେ ଗୁଜରାଟର ଅହମ୍ମଦାବାଦର ଭାରତ ପାଣ୍ଡ୍ୟା ନାମକ ଜଣେ ଭକ୍ତ ଧରାପଡ଼ିଛନ୍ତି। ଯିଏକି ଗୁପ୍ତ କ୍ୟାମେରାର ଏକ ଚଷମା ପିନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ସତର୍କ କରାଯିବା ପରେ ତାଙ୍କୁ ଜଗମୋହନ ନିକଟରେ ପୋଲିସ ଅଟକ ରଖିଥିଲା। ଅପରପକ୍ଷରେ ପଚରାଉଚରା ପାଇଁ ତାଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇଥିଲା।“ଅହମ୍ମଦାବାଦର ୫୫ ବର୍ଷୀୟ ଭକ୍ତଙ୍କ ଆଚରଣରେ ସନ୍ଦେହ ହେବାରୁ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ଫୋନ୍ ଏବଂ କ୍ୟାମେରା ସିଂହଦ୍ୱାର ପୁଲିସ୍ ଜବତ କରିଛି” ବୋଲି ପୁରୀ ଏସ୍ପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

Leave a Reply

Your email address will not be published. Required fields are marked *