ବାଲିଅନ୍ତା ବଜାରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବହୁ ସମ୍ପତ୍ତି ନଷ୍ଟ ହୋଇଯାଇଛି। ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇଥିଲେ। ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ନିଆଁ ଲାଗି ଚା ଦୋକାନ, ଘର ଜଳିଯାଇଛି। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା ସନ୍ଦେହରେ ପୁଲିସ ଜଣେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି। ବାଲିଅନ୍ତା ଥାନା ଅଧିକାରୀ ଅନିଲ ପରିଡ଼ାଙ୍କ ସୂଚନା ଅନୁସାରେ ଅଟକ ଥିବା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ପାରିବାରିକ କାରଣରୁ ସେ ମାନସିକ ବିକାରଗ୍ରସ୍ତ ଅଛନ୍ତି। ତାଙ୍କ ଠାରୁ ଦିଆସିଲି ମୁଠା ଜବତ ହୋଇଛି। ସେହି ମହିଳା ପୂର୍ବରୁ ଏପରି ନିଆଁ ଲଗାଇ ଥିବା ପୁଲିସ ତଦନ୍ତରୁ ଜଣା ପଡିଛି।ଅନ୍ୟପକ୍ଷରେ ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦେଖିଛନ୍ତି । ପରିବା ବ୍ୟବସାୟ କରିବା ପାଇଁ ସେ ରାତ୍ରିରେ ଯାଉଥିବା ବେଳେ ପ୍ରାୟ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *