ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଫରେଷ୍ଟର ସସପେଣ୍ଡ

ନବରଙ୍ଗପୁର: ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଅଭିଯୋଗରେ ରାଇଘର ଫରେଷ୍ଟର ପ୍ରଦୀପ୍ତ ଦାସ ନିଲମ୍ବିତ କରାଯାଇଛି । ତାଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ ।

ପ୍ରାପ୍ତ ସୂଚନା ଅନୁଯାୟୀ ୨୦୨୩ରେ ଆଦିବାସୀଙ୍କୁ ଜଙ୍ଗଲ ଜମି ଯୋଗାଇବା ନାଁରେ ହେରଫେର କରିଥିବା ନେଇ ଅଭିଯୋଗ ରହିଛି । ଚାନ୍ଦହାଣ୍ଡି ବ୍ଲକ ଦଳବେଡ଼ା ଗାଁର ୫୦ରୁ ଅଧିକ ଆଦିବାସୀଙ୍କୁ ଠକିବା ଅଭିଯୋଗରେ ଯାହାକୁ ନେଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave a Reply

Your email address will not be published. Required fields are marked *