ସରକାର ସମସ୍ୟା ବୁଝିବାକୁ ନାରାଜ; ବିଭିନ୍ନ ଦାବି ସହ କନ୍ଧମାଳ ସୁରକ୍ଷା ଅଭିଯାନର ଆନ୍ଦୋଳନ

Oplus_131072

ଦାରିଙ୍ଗବାଡି: କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଟି ଦାବି ନେଇ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଅଭିଯାନର ଆବାହକ ହେଉଛନ୍ତି ପ୍ରତାପ ପ୍ରଧାନ।ଦାବିମାନେ ମଧ୍ୟରେ କନ୍ଧମାଳ ଜିଲ୍ଲାର ପ୍ରଧାନ ରାସ୍ତାଗୁଡିକର ପ୍ରଶସ୍ତିକରଣ ଓ ଚଉଡ଼ା କରାଯିବା, ବିଶେଷକରି କଳିଙ୍ଗିଆ ଘାଟିରେ ଭୂସ୍ଖଳନ ପରେ ରାସ୍ତା ଖୋଲାଯିବାରେ ବିଳମ୍ବ ହେବା ପାଇଁ ହୋଇଥିବା ଅଭିଯୋଗ ଅଛି। ଏହା ସହିତ, ଦାରିଙ୍ଗବାଡିରୁ ସୋରଡ଼ାକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ଓ ସିମନବାଡିଠାରୁ ରାଇକିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ଓ ଅନ୍ୟାନ୍ୟ ରାସ୍ତାମାନେ ଶୀଘ୍ର ପ୍ରଶସ୍ତିକରଣ ଓ ସଂପ୍ରସାରଣ କରାଯିବା ପାଇଁ ଦାବି ରହିଛି।ସେହିପରି, ଗଦାପୁର ପଞ୍ଚାୟତର ଡିମ୍ବୁଲି ନଦୀରେ ପୋଲ୍‌ ନିର୍ମାଣ ଓ ଜିଲ୍ଲାର ଅନେକ ଗ୍ରାମକୁ ପୋଲ ନଥିବାରୁ ହଜାର ହଜାର ଲୋକ ଗମନାଗମନରେ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ତଙ୍କୁ ଧ୍ୟାନରେ ରଖି ସମସ୍ତ ଗ୍ରାମରେ ପୋଲ ଓ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶୀଘ୍ର କରାଯିବାକୁ ଦାବି ରହିଛି।ଅଭିଯାନର ଅନ୍ୟାନ୍ୟ ଦାବି ମଧ୍ୟରେ ଜିଲ୍ଲାର ଦୁର୍ଘଟଣା ପ୍ରବଣ ଅଞ୍ଚଳଗୁଡିକୁ ଚିହ୍ନଟ କରିବା, ବୈଷୟିକ ଜ୍ଞାନ ଓ କୌଶଳରେ ତୁରନ୍ତ ସମସ୍ୟା ନିରାକରଣ, ଓ ବୁଲାଣି ରାସ୍ତାଗୁଡିକୁ ସତର୍କ ସଚେତନତା ବୋର୍ଡ୍‌ ଲଗାଇବା ସମ୍ପର୍କିତ ମାମଲାମାନେ ଅଛି।

Leave a Reply

Your email address will not be published. Required fields are marked *