ସରକାରଙ୍କ ଦାଦନ ଶ୍ରମିକ ହଟାଓ ବ୍ଲୁ ପ୍ରିଣ୍ଟ ଫେଲ: ଆନ୍ଧ୍ରରୁ ଫେରିଲା ଯୁବକଙ୍କ ମୃତ ଦେହ

Oplus_131072

ଭୁବନେଶ୍ବର: ଓଡ଼ିଶାରୁ ଦାଦନ ଶ୍ରମିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାବେଳେ, ଆନ୍ଧ୍ରକୁ ଦାଦନ ଶ୍ରମିକ ଭାବେ କାମକୁ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟଣା ସରକାର ପ୍ରକୃତ ମନୋଭାବକୁ ପଦାରେ ପକାଇଛି। ଖବରନୁସାରେ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ପୁକାଲି ପଞ୍ଚାୟତର ମୂଳାଶଙ୍କର ଗ୍ରାମରେ ବସୁଥିବା ନିନାଲା ତାମାଲଙ୍କ ଏକମାତ୍ର ଆର୍ଥିକ ନିର୍ଭରତା ଥିବା କ୍ଷମପୁଅ ନାଗେସ ତାମାଲ, ଗତ ୮ ମାସ ଧରି ପଡ଼ୋଶୀ ଆନ୍ଧ୍ରର କାକିନାଡା ଅଞ୍ଚଳର ବିମାଓରାମ ଗ୍ରାମରେ ଏକ ଫାର୍ମହାଉସର ମାଛ ବନ୍ଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।ମଙ୍ଗଳବାର ସକାଳୁ ହଟାତ୍ ବିଦ୍ୟୁତ୍ ସର୍ଟ ଶର୍କିଟରେ ଝଳସି ନାଗେସ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତ୍ୟୁ ଖବର ପରିବାରକୁ ଗଭୀର ଦୁଃଖରେ ଆକ୍ରାନ୍ତ କରିଛି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।ଫାର୍ମହାଉସ ମାଲିକଙ୍କଠାରୁ ମଜୁରିର ଏକ ଅଂଶ ଦିଆଯାଇଥିଲେ ମଧ୍ୟ, ଗ୍ରାମବାସୀଙ୍କର ମତାନୁସାରେ ସରକାର ପକ୍ଷରୁ ଦାଦନ ଶ୍ରମିକ ମାନଙ୍କର ସୁରକ୍ଷା ନିଶ୍ଚିତ କରିବାରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇନି।ଏହି ଘଟଣା ଦେଖାଉଛି ଯେ, ଓଡ଼ିଶା ସରକାରଙ୍କର ପ୍ରୟାସର ଅଭାବରେ ଅନେକ ଯୁବକ ଦାଦନ ଶ୍ରମିକ ଭାବେ ପଡ଼ୋଶୀ ରାଜ୍ୟକୁ ଯାଇ ବିପଦ ସମ୍ମୁଖୀନ ହେଉଛନ୍ତି।ସୂଚନାଥାଉକି, ଓଡ଼ିଶାରୁ ଦାଦନ ଶ୍ରମିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏକ ସମାରୋହରେ ସୂଚନା ଦେଇଥିଲେ ଯେ, ଓଡ଼ିଶାର ଶ୍ରମିକମାନେ ଯେଉଁ ରାଜ୍ୟକୁ ଦାଦନ ପାଇଁ ଯାଉଛନ୍ତି, ସେହି ରାଜ୍ୟକୁ ଏକ ଓଡ଼ିଶା ଟିମ୍‌ ପଠାଯିବ। ଏହି ଟିମ୍‌ ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଦାଦନର କାରଣ ଖୋଜି ନିରାକରଣ ପାଇଁ ପଦକ୍ଷେପ ନେବ।ହେଲେ ଆଜି ସେ ପ୍ରତିଶୃତି କେବେଳ କାଗଜରେ ସୀମିତ।ସରକାର ପକ୍ଷରୁ ଦାଦନ ଶ୍ରମିକ ମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟବସ୍ଥା ଅନୁପସ୍ଥିତ ଥିବାରୁ ଗ୍ରାମବାସୀ ଅସନ୍ତୁଷ୍ଟ।ଗ୍ରାମବାସୀ ଏହାର ଉଚିତ ପଦକ୍ଷେପ ନବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *