କନ୍ଧମାଳ : ବନ୍ଧୁକ ତିଆରି ସରଞ୍ଜାମ ରଖିବା ଅଭିଯୋଗ ରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କଟରିଙ୍ଗିଆ ଜିପି ର ପାଙ୍ଗାପାଜୁ ଗ୍ରାମର ବାଞ୍ଛାନିଧି ବିନ୍ଧାଣି କୁ ଗୋଛାପଡା ପୋଲିସ ଅଧିକାରୀ ସି. ବେହେରା ଗିରଫ କରିଛନ୍ତି।ବନ୍ଧୁକ ତିଆରି ପାଇଁ ଆବଶ୍ୟକ ପାଇପ, କାଠ ର ବନ୍ଧୁକ ନମୁନା, କଟର ମେସିନ, ବୱାଲେର, ଡ୍ରିଲିଙ୍ଗ ମେସିନ ଓ ଏକ ଆଧୁନିକ ପିସ୍ତଲ ପୁଲିସ ଜବତ କରିଛି। ଗଂଜେଇ ଦମନ ସାଙ୍ଗକୁ ବର୍ତ୍ତମାନ ବେଆଇନ ବନ୍ଧୁକ ପ୍ରସ୍ତୁତି, ଗଂଜେଇ ଚାଷକୁ ଆର୍ଥିକ ସହାୟତା କରୁଥିବା ଲୋକଙ୍କୁ ଧରିବାକୁ ପୋଲିସର ଅଭିଯାନ ଆରମ୍ଭ ହୋଇଛି ବୋଲି କନ୍ଧମାଳ ଏଡ଼ ପି ଡ଼ ହରିଶ ବି ସି ସା.ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ବେଆଇନ ଦେଶୀ ବନ୍ଧୁକ ତିଆରି ସରଞ୍ଜାମ ଜବତ ଜଣେ ଗିରଫ
