ଉତ୍କଳ ବିଲ୍‌ଡର୍ସରେ ଆୟକର ବିଭାଗର ଚଢ଼ାଉ ପହଞ୍ଚିଲା ଚତୁର୍ଥ ଦିନରେ: କୋଟିଏରୁ ଅଧିକ ନଗଦ ଟଙ୍କା ଜବତ

Oplus_131072

ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସ ଉପରେ ଆୟକର ବିଭାଗର ଚଢ଼ାଉ ଆଜି ଚତୁର୍ଥ ଦିନକୁ ପହଞ୍ଚିଛି। ଆୟକର ଫାଙ୍କି ଅଭିଯୋଗରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ସଂସ୍ଥାର ୧୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ସୂତ୍ରମାନଙ୍କ ଅନୁସାରେ, ଏପର୍ଯ୍ୟନ୍ତ କୋଟିଏରୁ ଅଧିକ ନଗଦ ଟଙ୍କା ସହିତ ବହୁ ଜାଲି ଡକ୍ୟୁମେଣ୍ଟ ଜବତ କରାଯାଇଛି।ସଂସ୍ଥାର ୪ ନିର୍ଦ୍ଦେଶକ — ସନ୍ଦୀପ କୁମାର ବେଦ, ଅମିତ ବେଦ, ପ୍ରକାଶ ଭୁରା ଓ ଅଞ୍ଜନା ଦେବୀ ଭୁରାଙ୍କୁ ଆଜି ସକାଳୁ ଆୟକର ଅଧିକାରୀମାନେ ଝାଳବୁହା ଜେରା କରୁଛନ୍ତି। ଏହାକୁ ନେଇ ଉତ୍କଳ ବିଲ୍ଡର୍ସ ପାର୍ଟନରମାନଙ୍କ ମଧ୍ୟରେ ଭୟ ଓ ଚାପ ସୃଷ୍ଟି ହୋଇଛି।ସୂଚନା ମିଳିଛି ଯେ, ବହୁଦିନ ଧରି ଏହି ସଂସ୍ଥା ପକ୍ଷରୁ ଆୟକର ଫାଙ୍କି ହେଉଥିବା ସୂଚନା ମିଳିଥିଲା। ଏହା ପରେ ମଙ୍ଗଳବାର ସକାଳରେ ଆୟକର ବିଭାଗର ୧୪ଟି ଟିମ୍‌, ମୋଟ ୧୨୦ ଅଧିକାରୀଙ୍କ ସହ, ଭୁବନେଶ୍ୱରର ବରମୁଣ୍ଡା, ସହିଦନଗର, କଳ୍ପନା, ପଟିଆ ସହିତ ରାଜ୍ୟ ବାହାରେ ମଧ୍ୟ ସମନ୍ତରାଳ ଭାବେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ବିଭିନ୍ନ କାର୍ଯ୍ୟାଳୟରୁ ବସ୍ତା ବସ୍ତା ଜାଲି ଦଲିଲ ଜବତ ହୋଇଛି। ପ୍ରାଥମିକ ଯାଞ୍ଚରେ ଜଣାପଡ଼ିଛି ଯେ, ଆୟକର ଫାଙ୍କିବା ପାଇଁ ଏହି ଜାଲି କାଗଜପତ୍ର ସୃଷ୍ଟି କରାଯାଇଥିଲା। ଆୟକର ବିଭାଗ ଯେତେ ଠକେଇ ଆକଳନ କରିଥିଲା, ପ୍ରାକୃତିକ ଅବସ୍ଥା ତାହାଠାରୁ ଅଧିକ ଗୁରୁତର ବୋଲି ଜଣାଯାଇଛି।ଏପର୍ଯ୍ୟନ୍ତ ଜବତ ହୋଇଥିବା ନଗଦ ଟଙ୍କାର ପରିମାଣ କୋଟିଏରୁ ଅଧିକ। ଆୟକର ବିଭାଗ ଅଧିକାରୀଙ୍କ ମତାନୁସାରେ, ଚଢ଼ାଉ ଆହୁରି ତିନି ଦିନ ଚାଲିପାରେ ଓ ଠକେଇ ଟଙ୍କା ପରିମାଣ ଆଗାମୀ ଦିନରେ ଆଉ ବଢ଼ିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *