କଟକ : ବାରବାଟୀରେ ଟିମ ଇଣ୍ଡିଆର ବଡ଼ ବିଜୟ ହେଇଛି। ଦକ୍ଷିଣ ଆଫ୍ରିକା କୁ ୧୦୧ ରନରେ ହରାଇ ଭାରତୀୟ ଦଳ ବିଜୟ ଲାଭ କରିଛି। ଦକ୍ଷିଣ ଆଫ୍ରିକା ଦଳ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଖେଳ ଆରମ୍ଭ ରୁ ପ୍ରଥମ ଓଭରରେ ଶୁଭମନ ଗିଲ ଆଉଟ ହେବା ପରେ ଦର୍ଶକ ମାନେ ନିରାଶ ହୋଇଯାଇଥିଲେ। କିନ୍ତୁ ହାର୍ଦିକ ପାଣ୍ଡିଆ ସବୁ ଆଶା ଆଶଙ୍କା କୁ ପଛରେ ପକାଇ ଛକା ଚଉକା ମାରି ଭାରତୀୟ ଦଳକୁ ଜିତେଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ଦର୍ଶକ ମାନେ ମଧ୍ୟ ଫଟାଫଟ କ୍ରିକେଟ ର ମଜା ନେଇଥିଲେ। ଅନ୍ୟପଟେ ଭାରତୀୟ ଦଳ ନିଜର ନୂତନ ଜର୍ସି କୁ ବାରବାଟୀ ଖେଳରେ ପିନ୍ଧି ଶୁଭ ଆରମ୍ଭ କରିଛି।
୧୦୧ ରନରେ ଭାରତର ବିଜୟ
