କଟକ : ଆସନ୍ତା ୯ ତାରିଖରେ ବାରବାଟି ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଷ୍ଟାଡିୟମ୍ ପରିସରରେ ସମଗ୍ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଷ୍ଟାଡିୟମ ପରିସରରେ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା, ଜନ ଗହଳି ନିୟନ୍ତ୍ରଣର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହା ସହ ପାର୍କିଂ ଓ ଟ୍ରାଫିକ୍ର ସୁପରିଚାଳନା, ପ୍ରବେଶ ଓ ପ୍ରସ୍ଥାନ ପଥରେ କଡା କଡ଼ି ଚେକିଂ, CCTV surveillance, anti-sabotage ଦ୍ଵାରା ଯାଞ୍ଚ, ପୁଲିସ ବ୍ୟବସ୍ଥା, ଖେଳାଳିଙ୍କ ଆଗମନ ଓ ପ୍ରସ୍ଥାନ ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।ଚଳିତ ବର୍ଷ ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ସୁନ୍ଦର ବ୍ୟବସ୍ଥା କରାଯାଇଛି ଏବଂ କ୍ରିଡାପ୍ରେମୀ ମାନେ ଏକ ସୁନ୍ଦର ଅନୁଭୂତି ନେଇ ଖେଳ ଉପଭୋଗ କରିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ଏହି ସମୀକ୍ଷା ସମୟରେ ଏସ. ଦେବଦତ୍ତ ସିଂ, ପୋଲିସ କମିଶନର, ଭୁବନେଶ୍ଵର-କଟକ, ନରସିଂହ ଭୋଳ, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ଵର-କଟକ, ଖିଲାରୀ ଋଷିକେଶ ଦ୍ୟାନଦେଓ, ଡିସିପି, କଟକ ଙ୍କ ସମେତ ବହୁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଏବଂ OCA ର ପ୍ରତିନିଧି ଦଳ ଉପସ୍ଥିତ ଥିଲେ।
ବାରବାଟି ଷ୍ଟାଡିୟମ୍ରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁରକ୍ଷା ଯାଞ୍ଚ
