କେନ୍ଦୁଝର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟ ଟ୍ରେନିଂ ସ୍କୁଲ୍ର କିରାଣି ରୁପଚାନ୍ଦ ନାଏକ । ପେନସନ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଜଣେ ହିତାଧିକାରୀଙ୍କ ଏରିଅର ଓ ପେନସନ ପେପର କରାଇ ଦେବାକୁ ୭୦ ହଜାର ଲାଞ୍ଚ ମାଗିଥିଲେ। ହେଲେ ହିତାଧିକାରୀ ଏତେ ଦେଇ ପାରିବେ ନାହିଁ କହି ୩୦ ହଜାରରେ ରାଜି ହୋଇଥିଲେ କିରାଣି ରୁପଚାନ୍ଦ ନାଏକ। ଏହାପରେ ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ସହାୟତା ନେଇଥିଲେ। ଯୋଜନା ମୁତାବକ ବୁଧବାର ରୁପଚାନ୍ଦ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରି ନେଇଥିଲେ କେନ୍ଦୁଝର ଭିଜିଲାନ୍ସ।
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣି
