ଭୁବନେଶ୍ୱର: ଭୁବନେଶ୍ୱରର କିମ୍ସ ଓ ଗୁଜରାଟର ଶୁଭ୍ରା ଫାଉଣ୍ଡେସନ୍ ଆନୁକୁଲ୍ୟରେ ମୟୂରଭଞ୍ଜ ବେତନଟୀ ଅନ୍ତର୍ଗତ କୁଂଚିଶୋଳ ଗ୍ରାମରେ ଏକ ରୁରାଲ ହସ୍ପିଟାଲ୍ ଖୋଲିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି।
ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ୍ର ନିର୍ଦ୍ଦେଶିକ ସ୍ମିତା ମୁର୍ମୁଙ୍କ ଉପସ୍ଥିତରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି। ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ୍ ପକ୍ଷରୁ ବଦ୍ରି ମହାପାତ୍ର ଓ କିମ୍ସ ପକ୍ଷରୁ ଏହାର ଗ୍ରୁପ୍ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। କିମ୍ସ-ଶୁଭ୍ରା ପ୍ରିୟମ୍ବଦା ହସ୍ପିଟାଲ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ।
