ସୁନ୍ଦରଗଡ଼ରେ ବଢୁଛି କୁଷ୍ଠରୋଗୀଙ୍କ ସଂଖ୍ୟା

ସୁନ୍ଦରଗଡ଼: ବିଗତ ୨୦ ମାସରେ ସୁନ୍ଦରଗଡ଼ ଜିଲ୍ଲାରେ ୭୦୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି, ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଫିଜିଓଥେରାପିଷ୍ଟଙ୍କ ଅଭାବ ଏହାର ମୁଖ୍ୟ କାରଣ। ନିର୍ଦ୍ଦିଷ୍ଟ ହସ୍ପିଟାଲ ଭଳି ଭିତ୍ତିଭୂମିର ଅଭାବ ମଧ୍ୟ ସମସ୍ୟା ବଢ଼ାଉଛି। ଏପ୍ରିଲରୁ ଜୁଲାଇ ମଧ୍ୟରେ ୮୧ଟି ନୂଆ ମାମଲା ମିଳିଛି।

ଜିଲ୍ଲାର ହେମଗିରି ଅଞ୍ଚଳରେ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ବୟସ୍କ ଓ ପିଲାମାନେ ଏଥିରେ ବେଶି ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲାରେ ରୋଗର ହାର ୪.୦୨ ପ୍ରତିଶତ। ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ରୋଗ ବଢୁଥିବାରୁ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *