ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ ମାମଲା। ପୁଣି ଏକ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଏହି ଗଣଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଯୁଯୁମୁରା ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନା ଅନୁସାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁଯୁମୁରା ଥାନାରେ ଅଭିଯୋଗ ହୋଇଥିବା ନେଇ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୁଲିସ୍ ଉଠାଇନେଇଛି। ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି । ୪ ଜଣକୁ ପୁଲିସ୍ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଗତ କିଛି ଦିନ ହେବ ବାରମ୍ବାର ଏଭଲି ଘଟଣା ସାମ୍ନାକୁ ଆସୁଛି। ରାଜ୍ୟରେ ନାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
