ଆସନ୍ତାକାଲିଠାରୁ ବିଦେଶ ଗ୍ରସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ବିଦେଶ ଗ୍ରସ୍ତରେ ଯାଉଛନ୍ତି। ମୋଦି ୨୦ତମ ଜି-୨୦ ନେତାଙ୍କ ଶିଖର ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତ କରିବେ । ଚଳିତବର୍ଷ ସମ୍ମିଳନୀ ଦକ୍ଷିଣ ଆଫ୍ରିକା ଆୟୋଜନ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀର ତିନୋଟି ଅଧିବେଶନରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି, “ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (IBSA) ନେତାଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ ।ମୋଦି ୨୩ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ। ଏହି ତିନି ଦିନିଆ ସମ୍ମିଳନୀରେ ବିଶ୍ୱ ନେତାମାନେ ବିଶ୍ୱ ଅର୍ଥନୀତି, ଜଳବାୟୁ ସଙ୍କଟ, ଉର୍ଜା ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏଠାରେ ସୂଚନାଯେଗ୍ୟ ଜି-୨୦ ହେଉଛି ବିଶ୍ୱର ୨୦ଟି ବୃହତ୍ ଅର୍ଥନୀତିର ଏକ ଗୋଷ୍ଠୀ ।

Leave a Reply

Your email address will not be published. Required fields are marked *