ଅଶ୍ଳୀଳ ୱେବସାଇଟରେ ଜର୍ଜିଆ ମେଲୋନିଙ୍କ ଫଟୋ

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପର୍ଣ୍ଣ ସାଇଟରେ ନିଜର ଏବଂ ଅନ୍ୟ ମହିଳାଙ୍କ ଫଟୋ ସେୟାରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫିକା ୱେବସାଇଟରେ ମହିଳାଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରାଯାଉଥିଲା । ଏହାକୁ ନେଇ ଅନେକ ମହିଳା ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା। । ତେବେ ଏଥିରେ ମେଲୋନିଙ୍କ ଭଉଣୀ ଆରିଆନା, ବିରୋଧୀ ଦଳ ନେତା ଏଲି ସ୍କ୍ଲେନ୍, ଜଣେ ଜଣାଶୁଣା ନାମ ଚିଆରା ଫେରାଗ୍ନି ଏବଂ ଇୟୁ ସାଂସଦ ଆଲେସାଣ୍ଡ୍ରା ମୋରେଟିଙ୍କ ନାମ ସାମିଲ ଥିବା ଜଣାପଡିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ଲାଟଫର୍ମରେ ପ୍ରାୟ ୭ ଲକ୍ଷ ଉପଭୋକ୍ତା ଅଛନ୍ତି । କେବଳ ଏତିକି ନୁହେଁ ଏଥିରେ ହାଇ-ପ୍ରୋଫାଇଲ୍ ମହିଳାଙ୍କ ଫଟୋ ପାଇଁ ଏକ ପୃଥକ ବିଭାଗ ମଧ୍ୟ କରାଯାଇଥିଲା । ବର୍ତ୍ତମାନ ଅଭିଯୋଗ ପରେ ସାଇଟ୍ ପରିଚାଳକମାନେ ଏହାକୁ ବନ୍ଦ କରିଦେଇଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *