ମୋନ୍ଥା’ ଆଣିପାରେ ଘଣ୍ଟାପ୍ରତି୧୦୦–୧୨୦ କି.ମି ପର୍ଯ୍ୟନ୍ତ ପବନ! ସ୍କୁଲ ହୋଇପାରେ ଛୁଟି

Oplus_131072

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ବଡ଼ ଅପଡେଟ୍ ଜାରି କରିଛି। ମୋନ୍ଥା ଭାବରେ ସୃଷ୍ଟି ହେବା ପରେ ବାତ୍ୟା ଭୀଷଣ ରୂପ ନେବାକୁ ଯାଉଛି ଓ ପବନ ବେଗ ୧୦୦ କି.ମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପୂର୍ବରୁ ପବନ ବେଗ ୭୦–୮୦ କି.ମି ଥିବା ଅନୁମାନ ଥିଲେ, ବର୍ତ୍ତମାନ ଏହା ୧୦୦ କି.ମି ପର୍ଯ୍ୟନ୍ତ ହେବାକୁ ସମ୍ଭାବନା ରହିଛି।ଆନ୍ଧ୍ର ପ୍ରଦେଶ ଉପକୂଳ ହେଉଛି ସମ୍ଭାବ୍ୟ ବାତ୍ୟାର ପ୍ରଭାବିତ କ୍ଷେତ୍ର। ଓଡ଼ିଶା ପାଇଁ ବଡ଼ ବିପଦ ନଥିବା ସତ୍ୟ, କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ଭାରି ବର୍ଷା ହେବାକୁ ସୂଚନା ମିଳିଛି। ୨୭ ରୁ ୨୯ ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ବେଶି ଥିବା ଆଶା ରହିଛି।ସ୍କୁଲ ଓ କାର୍ଯ୍ୟାଳୟ ଛୁଟି ସମ୍ଭାବ୍ୟ — ଆସନ୍ତାକାଲି ସ୍ଥିତି ଦେଖି ଆଫିସରଙ୍କ ଛୁଟି ବାତିଲ ହେବା ସମ୍ଭାବନା ରହିଛି। ସ୍କୁଲ ଓ କଲେଜ ମଧ୍ୟ ଛୁଟି ପାଇପାରେ ବୋଲି ଡି.କେ ସିଂ, ସ୍ବତନ୍ତ୍ର ରିଲିଫ କମିଶନର, ସୂଚନା ଦେଇଛନ୍ତି।ଜିଲ୍ଲା ପ୍ରଶାସନ ଆଜି ସନ୍ଧ୍ୟାରେ ବୈଠକ କରିଛି। ଲ୍ୟାଣ୍ଡସ୍ଲାଇଡ ଓ ଅର୍ବାନ ଫ୍ଲଡ ଉପରେ ସରକାରଙ୍କ ନଜର ରହିଛି। ସରକାର ସଚେତନ ରହିବାକୁ ଜନତାକୁ ଅନୁରୋଧ କରିଛି, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ।୨୮, ୨୯ ଓ ୩୦ ତାରିଖ ଗୁରୁତ୍ୱପୂର୍ଣ୍ଣ — ଏହି ଦିନଗୁଡିକୁ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ଅଞ୍ଚଳ ପ୍ରଭାବିତ ହେବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *