ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସୁସ୍ଥ ହୋଇ ମେଡିକାଲ୍‌ ରୁ ଡିସ୍‌ଚାର୍ଜ ହେଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିହାଇଡ୍ରେସନ ହେତୁ ଗତ ରବିବାର ସନ୍ଧ୍ୟାରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ। ଗତକାଲି ଘରୋଇ ମେଡ଼ିକାଲ୍‌ରୁ ସିଧା ନବୀନ ନିବାସ ଯାଇଛନ୍ତି ନବୀନ । ମେଡିକାଲ୍‌ ରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ‘ମୁଁ ଭଲ ଅଛି । ମୁଁ ଅସୁସ୍ଥ ଥିବାବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ସମସ୍ତଙ୍କୁ ଧନ୍ୟବାଦ। ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି। ସୂଚନା ଅନୁଯାୟୀ, ନବୀନଙ୍କୁ କିଛି ଦିନ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *