ଏନସିବିସି ପକ୍ଷରୁ ଓବିସି ତାଲିକା ପାଇଁ ହେବ ସାର୍ବଜନୀନ ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର କେନ୍ଦ୍ରୀୟ ଓବିସି ତାଲିକା ପାଇଁ ଏନସିବିସି ପକ୍ଷରୁ ହେବ ସାର୍ବଜନୀନ ଶୁଣାଣି ହେବ ପାଇଁ ସ୍ଥିର କରାଯାଇଛି । ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଆହିରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରରେ ଏହି ସାର୍ବଜନୀନ ଶୁଣାଣି ହେବ।

ଏଥିରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ଓବିସି ତାଲିକାକୁ ନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିବେଚନା କରାଯିବ। ଶୁଣାଣିରେ ଓଡ଼ିଶା ସରକାରଙ୍କ ରିପୋର୍ଟ ସହ ଅନ୍ୟାନ୍ୟ ବ୍ୟକ୍ତିଗତ ଆବେଦନଗୁଡ଼ିକୁ ବିଚାର କରାଯିବ। ପ୍ରସ୍ତାବିତ କମୁନିଟିର ପ୍ରତିନିଧିମାନେ ଶୁଣାଣି ବେଳେ ଉପସ୍ଥିତ ରହିବେ। ଅନ୍ୟାନ୍ୟ ପଛୁଆ ବର୍ଗ (OBC) ରେ ଜାତି ଅନ୍ତର୍ଭୁକ୍ତ କିମ୍ବା ବାଦ ଦେବା ସମ୍ପର୍କରେ ଅନେକ ପ୍ରସ୍ତାବ ଉପରେ ମଧ୍ୟ ବିଚାର କରାଯିବ। ଓଡ଼ିଶା ସରକାରଙ୍କ ରିପୋର୍ଟ ଉପରେ ଶୁଣାଣି ଜାରି ରହିବ। ଅଗଷ୍ଟ ୧୫ ଭିତରେ ପ୍ରମାଣିତ ରେକର୍ଡ ଗୁଡ଼ିକର ହାର୍ଡ ଓ ସଫ୍ଟ କପି ଦାଖଲ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *