ଭୁବନେଶ୍ୱର: ଖୁବଶୀଘ୍ର ନିର୍ମାଣ ହେବ ନୂଆ ଲୋକସେବା ଭବନ। ମାଷ୍ଟର ପ୍ଲାନ ପାଇଁ ସେତୁ ଓ ନିର୍ମାଣ ନିଗମକୁ ଦାୟିତ୍ବ ଦିଆଯାଇଛି। ମାଷ୍ଟର ପ୍ଲାନ ଅନୁମୋଦନ ପରେ ବ୍ୟୟ ଅଟକଳ ହେବ। ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା। ସେଠାରେ ପାର୍କିଂ ସମସ୍ୟା ରହୁଛି, ଏଥିପାଇଁ ନୂଆ ଲୋକସେବା ଭବନ ନିର୍ମାଣ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତରରେ କହିଛନ୍ତି ଯେ ନୂଆ ଲୋକସେବା ଭବନ ନିର୍ମାଣ ହେବ। ମାଷ୍ଟର ପ୍ଲାନ ପାଇଁ ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସେତୁ ଓ ନିର୍ମାଣ ଦ୍ବାରା ଏହାର ପରିବର୍ଦ୍ଧିତ ଯୋଜନାର ମାଷ୍ଟର ପ୍ଲାନ ତିଆରି କରାଯାଉଛି।ମାଷ୍ଟର ପ୍ଲାନ ଅନୁମୋଦନ ପରେ ବ୍ୟୟ ଅଟକଳ କରାଯିବ। ପରେ ଏହାକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି। ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା। ସେଠାରେ ପାର୍କିଂର ଗୁରୁତର ସମସ୍ୟା ରହୁଛି। ତେଣୁ ନୂଆ ଲୋକସେବା ଭବନ ନିର୍ମାଣ ହେବ। ଏଥିପାଇଁ ସରକାର ତତ୍ପର ଅଛନ୍ତି।
ନିର୍ମାଣ ହେବ ନୂଆ ଲୋକସେବା ଭବନ
