ଆପରାଧିକ ତଥ୍ୟ ପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ସମେତ ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀ ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ସମସ୍ତ ପୂର୍ବବର୍ତ୍ତୀ ଆପରାଧିକ ତଥ୍ୟ ପରିପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ ସୋସିଆଲ ମିଡ଼ିଆରେ ତଥ୍ୟ ଦେବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ଏପରିକି ୱେବସାଇଟ ମାଧ୍ୟମରେ ମଧ୍ୟ ନିଜ ଅପରାଧିକ ତଥ୍ୟ ଦେଇପାରିବେ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରାର୍ଥୀଙ୍କୁ ଅବଗତ କରାଯାଇଛି ।ସୋସିଆଲ ମିଡିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି(୭)ରେ ଆପରାଧିକ ତଥ୍ୟ ପ୍ରକାଶ କରିବେ । ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮(ସି) ଏବଂ ଫର୍ମ-ସି(୭)ର ନକଲ ସଂଲଗ୍ନ କରି ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇବେ । ଏଥିସହିତ ୨୦ ଅକ୍ଟୋବର ୨୦୨୫ ଅର୍ଥାତ୍ ସୋମବାର ସୁଦ୍ଧା ଫର୍ମାଟ-ସି(ଏ)କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ ।ଉପରୋକ୍ତ ସମସ୍ତ ଦସ୍ତାବିଜ୍‌ camc-eci@eci.gov.in ଜରିଆରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଉପରୋକ୍ତ ନିର୍ଦ୍ଦେଶାବଳୀକୁ ପାଳନ ନ କରିବେ। ସେମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କଲେ ବୋଲି ବିବେଚିତ ହେବେ । ଏଥିସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶାନାମାରେ ରହିଛି ।

Leave a Reply

Your email address will not be published. Required fields are marked *