ନୂଆପଡ଼ା ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କରିବେ ନାମାଙ୍କନ ଦାଖଲ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ କରିଛି ନୂଆ ରଣନୀତି । ଆଜି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିବେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଘାସିରାମ ମାଝୀ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ଅବସରରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯିବ । ଏଥିରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଏବଂ କିଛି ବିଧାୟକ ଓ କର୍ମୀ ଉପସ୍ଥିତ ରହିବେ । କଂଗ୍ରେସ ସାଂସଦ ସପ୍ତଗିରି, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତିଙ୍କ ସମେତ ସମସ୍ତ ବିଧାୟକ ଓ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ନେତା ପହଞ୍ଚି ଯୋଗଦେବେ । ବିଭିନ୍ନ ଜୋନ୍ ଦାୟିତ୍ଵରେ କଂଗ୍ରେସର ବିଧାୟକମାନେ ଯୋଗ ଦେବେ ।
ନୂଆପଡ଼ାରେ କଂଗ୍ରେସର ଗଡ଼କୁ ଜଗିବେ କଂଗ୍ରେସ ସାଂସଦ ତଥା ବିଧାୟକ। ଦଳର ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତଙ୍କୁ ଦାୟିତ୍ଵ ବଣ୍ଟନ କରିଛନ୍ତି। ନିର୍ବାଚନ ଷ୍ଟିଅରିଂ କମିଟି ଗଠନ କରି ସେଥିରେ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ବିଧାୟକ ଦଳ ଉପନେତା ଅଶୋକ ଦାସ, ବିଧାୟକ କେ ଆପାଲା ସ୍ଵାମୀ, ବିଧାୟକ ସାଗର ଦାସ, ସତ୍ୟଜିତ୍ ଗମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉଁନ୍ତା ଓ ନୀଳମାଧବ ହିକକା ପ୍ରମୁଖ ୭ ଜଣ ବିଧାୟକ ରହିଛନ୍ତି। ଏହାସହିତ ଷ୍ଟିୟରିଂ କମିଟିରେ ପିସିସି ଉପ ସଭାପତି ତଥା ପୂର୍ବତନ ଉପ ବିଧାୟକ ଦେବାଶିଷ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ଵରୂପ ଦାସଙ୍କୁ ମଧ୍ୟ ଦାୟିତ୍ଵ ଦିଆଯାଇଛି । ପିସିସି ଗଢ଼ିଥିବା ନିର୍ବାଚନ ମନିଟରିଂ କମିଟିରେ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ, ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା କୃଷ୍ଣଚନ୍ଦ୍ର ସଗରିଆ, ପୂର୍ବତନ ବିଧାୟକ ଜାକବ ପ୍ରଧାନ, ଭରତ ବେମାଳ, ବିନୋଦ ପାତ୍ର, ଦ୍ରୌପଦୀ ମାଝୀ, ବିଜୟାନନ୍ଦ ପ୍ରମୁଖ ସ୍ଥାନ ପାଇଛନ୍ତି ।

Leave a Reply

Your email address will not be published. Required fields are marked *