ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଖୋଲିବ ଓଡ଼ିଆ ବିଭାଗ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକ ଓଡ଼ିଆ ଅଧ୍ୟୟନ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ବଳରାମ ପାଣି ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୋଟିଏ ପ୍ରସ୍ତାବ ୟୁ.ଜି.ସିକୁ ପଠାଯାଇଛି। ଏଥିରେ ଏମଏ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଦାନ କରିବ।

ଆସନ୍ତା ବର୍ଷଠାରୁ ଆବଶ୍ୟକ ମଞ୍ଜୁରୀ ପାଇବା ପରେ ଏହି କେନ୍ଦ୍ରରେ ଓଡ଼ିଆ ବିଷୟରେ ଏମ୍.ଏ, ପିଏଚ୍.ଡି ତଥା ପୋଷ୍ଟ-ପିଏଚ୍.ଡି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *