କଟକ : ଆସନ୍ତା ୯ ତାରିଖ ବାରବାଟୀ ଷ୍ଟାଡିୟମ ରେ ହେବାକୁ ଥିବା ମ୍ୟାଚ ପାଇଁ ଗତକାଲି ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଇଥିଲା। ଯେଉଁମାନେ ଅନଲାଇନ ଟିକେଟ କାଟିଥିଲେ ସେମାନଙ୍କୁ ୮ ଓ ୯ ତାରିଖରେ ହାର୍ଡକପି ମିଳିଥାନ୍ତା। ଡିସେମ୍ବର ୫ରେ ଅଫଲାଇନ୍ ଟିକେଟ୍ ବିକ୍ରି ହେବ। କିନ୍ତୁ ଅନଲାଇନ ଟିକେଟରେ ଦର୍ଶକ ମାନେ ନିରାଶ ହେଇଛନ୍ତି। ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସଫା ହେଇଯାଇଛି। ଗତକାଲି ଚାହୁଁ ଚାହୁଁ ସରିଗଲା ବାରବାଟୀ ମ୍ୟାଚ୍ ଅନଲାଇନ୍ ଟିକେଟ୍। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ୱେବସାଇଟ୍ ଖୋଲିବାର ମାତ୍ର କେଇ ମିନିଟ୍ ଭିତରେ ୨ ହଜାର ଟିକେଟ୍ ସରିଗଲା। ଯାହାକୁ ନେଇ ନିରାଶ କ୍ରିକେଟ୍ ପ୍ରେମୀ।ଟିକେଟ୍ କିଣିବାକୁ ଧାଡିରେ ଥିଲେ ପ୍ରାୟ ୪୦ ହଜାରରୁ ଅଧିକ ଦର୍ଶକ। ଜଣ ପିଛା ମାତ୍ର ୨ଟି ଲେଖାଏଁ ଟିକେଟ୍ କିଣିବା ନିୟମ ରହିଥିଲା। ଏଣୁ କିଛି ସମୟ ଭିତରେ ସବୁ ଟିକେଟ୍ ସେଲ୍ ଦର୍ଶାଯାଇଥିଲା। ଯେଉଁମାନେ ଅନଲାଇନ୍ ଟିକେଟ୍ କାଟିଛନ୍ତି, ସେମାନେ ଆସନ୍ତା ୮ ଓ ୯ ତାରିଖରେ କଟକ କେମ୍ବ୍ରିଜ୍ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟରରୁ ଟିକଟର ହାର୍ଡକପି ପାଇବେ।
ମାତ୍ର ଅଳ୍ପ ସମୟରେ ଅନଲାଇନ ଟିକେଟ ବିକ୍ରି: ଦର୍ଶକ ନିରାଶ
