ପୁରୀ : ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସ ଭିତରେ ବଳଙ୍ଗା ପୀଡ଼ିତାଙ୍କ ବୟାନରେ ଫରକ ଥିବା ସୂଚନା ପରେ ଡୁଆରେ ପଡିଛି ପୁରୀ ପୋଲିସ । ପୁଣିଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ ହେବ ବୋଲି କୁହାଯାଇଛି । ଦିଲ୍ଲୀରୁ ଫେରିଥିବା କ୍ରାଇମବ୍ରାଞ୍ଚ ଟିମ ସହ ପୁରୀ ଏସପି ଏ ବାବଦରେ ଆଲୋଚନା କରିଛନ୍ତି । ଏହା ସହ ବଳଙ୍ଗା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଏସପିଙ୍କ ବିଚାରବିମର୍ଶ ହୋଇଛି ।ଏଠାରେ ସୂଚନା ଯୋଗ୍ୟ ଯେ,ବଳଙ୍ଗାରେ ଜଣେ ଛାତ୍ରୀ ସାଙ୍ଗଘରକୁ ଯାଉଥିବା ବେଳେ ୩ଜଣ ଦୁବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବଳଙ୍ଗା ପୀଡ଼ିତାଙ୍କ ବୟାନ ପାଇଁ ଅଡୁଆରେ ପୋଲିସ
