ପ୍ରୋବେସନାରୀ ଆଇଏଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ପରିଦର୍ଶନ

କନ୍ଧମାଳ, ଭାରତ ଦର୍ଶନ ଶିକ୍ଷାତ୍ମକ ଭ୍ରମଣର ଅଂଶ ଭାବେ ୯ ଜଣ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ଶୁକ୍ରବାର କନ୍ଧମାଳ ସ୍ଥିତ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର, ପରିଦର୍ଶନ କରିଥିଲେ। ଏହି ସମୟରେ ପରିଦର୍ଶନ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ପରିଚୟ ସହ ଆଇ ଟି ଡି ଏ ର ସଫଳ ରୂପାୟନ ମଧ୍ୟରୁ ୨ ଟି ବ୍ୟlଚର ସଫଳତା ଓ ଆଗାମୀ କାର୍ଯ୍ୟ ପ୍ରଣାଳୀ ବିଷୟରେ ଜଣାଇଥିଲେ। କୋଚିଙ୍ଗ ସୁପ୍ରିଟେଣ୍ଡେଣ୍ଟ ଶିବ ସୁନ୍ଦର ସାହୁ କୋଚିଙ୍ଗ ସେଣ୍ଟରର କାର୍ଯ୍ୟପ୍ରଣାଳୀ, ପାଠ ପଢା ପ୍ରକ୍ରିୟା, ଆବଶ୍ୟକ ସୁବିଧା ଓ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ଉଦ୍ୟମ ସମ୍ପର୍କରେ କହିଥିଲେ। ପ୍ରୋବେସନାରୀ ଆଇଏଏସ୍ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ ପ୍ରତି ଅଧିକାରୀମାନେ ସନ୍ତୋଷ ପ୍ରକାଶ କରି, ଜିଲ୍ଲା ପ୍ରଶାସନର ଏହି ଅଭିନବ ପ୍ରୟାସ କୁ ପ୍ରଶଂସା କରିଥିଲେ। ଡିଆରଡିଏ କନ୍ଧମାଳ ଦୁଃଶାସନ ସିଂ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନ, ଯୋଜନା ଓ ସଫଳ ପ୍ରକଳ୍ପ ସ୍ଥଳୀର ପରିଦର୍ଶନ କରାଇଥିଲେ। ପ୍ରଶିକ୍ଷୁ ଆଇଏଏସ୍ ଅଧିକାରୀମାନଙ୍କ ଏହି ପରିଦର୍ଶନ ଯୁବବର୍ଗ ଙ୍କୁ ପ୍ରସ୍ତୁତିରେ ନୂଆ ପ୍ରେରଣା ଓ ଉତ୍ସାହ ଆଣିବ ବୋଲି ସାଧାରଣ ରେ ଅଲେଚନା ହେଉଛି।

Leave a Reply

Your email address will not be published. Required fields are marked *