ଭୁବନେଶ୍ଵର : ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି ।
ରୋଡ ସୋ’, ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି । ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ବୋଲି ପିସିସି ସଭାପତି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଅଭିଯୋଗ କରାଯାଇଥିବା ଭୋଟ ଚୋରି, ଦାରିଦ୍ର୍ୟ ଏବଂ ମହିଳାଙ୍କ ସୁରକ୍ଷା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ଉଜାଗର କରିବେ ବୋଲି ସେ କହିଛନ୍ତି।
