ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରେ ମଙ୍ଗଳବାର ଦିନ କଷ୍ଟମ୍ସ ଅଧିକାରୀମାନେ ବ୍ୟାଗେଜ୍ ଯାଞ୍ଚ ସମୟରେ ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛନ୍ତି। ସୂଚନା ଅନୁସାରେ, ଯାତ୍ରୀଙ୍କ ଲଗେଜରେ ଦାମୀ ଚୋରା ଦ୍ରବ୍ୟ ଲୁଚାଇ ରଖାଯାଇଥିଲା। ଇଣ୍ଡିଗୋ ବିମାନରେ ବ୍ୟାଙ୍କକ୍ ରୁ ଆସିଥିବା ଉକ୍ତ ଯାତ୍ରୀଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ତେବେ ତଦନ୍ତକାରୀମାନେ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହିତ ସମ୍ଭାବ୍ୟ ଲିଙ୍କ ଯାଞ୍ଚ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଜବତ ଡ୍ରଗ୍ସଗୁଡ଼ିକ ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *