ନୂଆପଡ଼ା ଉପନିର୍ବାଚନ : ସ୍ନେହାଙ୍ଗିନୀଙ୍କ ସପକ୍ଷରେ ଆଦିବାସୀଙ୍କ ସଂକଳ୍ପ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଛି। ମୋଟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ | ସେଥିମଧ୍ୟରୁ ବହୁଜନ ସମାଜବାଦୀ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ସୀତାରାମ ବେହେରା ଓ ତିନି ଜଣ ସ୍ଵାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ ଏବଂ ଭୁଜବଲ ଆଡ଼ବଙ୍ଗଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ଏହାପରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀଙ୍କ ସହ ୧୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ୍ ରହିଛି।

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ସପକ୍ଷରେ ବାହାରିଛନ୍ତି ନୂଆପଡ଼ା ଜିଲ୍ଲାର ଆଦିବାସୀ ସମୂହ । କୋମନାରେ ଏକ ବିଶାଳ ମେଳିରେ ଆଦିବାସୀମାନେ ସ୍ନେହାଙ୍ଗିନୀଙ୍କୁ ବିଜୟୀ କରିବା ନିମନ୍ତେ ସଂକଳ୍ପ କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀଙ୍କ ଅଧ୍ଯକ୍ଷତାରେ ନୂଆପଡା ଜିଲ୍ଲା କୋମନା ବ୍ଲକ୍‌ର ଆଦିବାସୀ ନେତା, ସମାଜସେବୀ ଓ ଜନପ୍ରତିନିଧିଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବିଶେଷ ଅତିଥି ଭାବେ ଯୋଗଦେଇ ବିଧାନସଭା ଉପ ନିର୍ବାଚନରେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଆଦିବାସୀମାନେ ଘୋଷଣା କରିଥିବା ସୂଚନା ଦେଇଛନ୍ତି। ଏହି ଅବସରରେ ସେ ବିଜେପିର ଆଦିବାସୀ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ I ଏହି ସମାବେଶରେ ଆଦିବାସୀନେତା ଭାନୁ ପ୍ରତାପ ସିଂ ମାଝୀ, ତେଜରାଜ ଶବର, ଜୟନ୍ତ ଖମାରି, ସୁରେନ୍ଦ୍ର ଶବର, ଚକ୍ର ଶବର, ପୀତବାସ ଶବର, ରାଜେଶ ଶବର, ଜିତମିତ୍ର ଶବର, ସୁରେନ୍ଦ୍ର ଶବର କୁନା ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ସ୍ନେହାଙ୍ଗିନୀ ପାଇଁ ବିପୁଳ ଜଣ ସମର୍ଥ ଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *