ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଟିପିସିଓଡିଏଲ। ଟିପିସିଓଡିଏଲ ଓ ଏହାର ସିଏସଆର ପ୍ରକଳ୍ପ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତିକ ଲୋକକଳା ପଟ୍ଟଚିତ୍ର ଓ ଡକ୍ରା କାରିଗରୀକୁ ନେଇ ପ୍ରସ୍ତୁତ ପରିବେଶ ଉପଯୋଗୀ ରାକ୍ଷୀର ପ୍ରଚାର ପ୍ରସାର ଦିଗରେ ନେଇଛି ପଦକ୍ଷେପ ଗ୍ରହଣ କରିଛି ।
ଏହି ହାତ ତିଆରି ରାଖିଗୁଡିକ ଖୋର୍ଦ୍ଧା ଜିଲ୍ଲାର ବଳିଆନ୍ତା ଆର୍ଟ କ୍ଲଷ୍ଟର୍ ଓ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ହେରିଟେଜ ଭିଲେଜର ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଯାହାକୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି। ମହିଳା ସଶକ୍ତିକରଣ ଓ କଳା ସଂସ୍କୃତିର ସୁରକ୍ଷା ଉଦ୍ଦେଶ୍ୟରେ, ଟିପିସିଓଡିଏଲ ଓଡିଶାର ପାରମ୍ପରିକ ଶିଳ୍ପ- ପଟ୍ଟଚିତ୍ର, ଡୋକ୍ରା ଓ ତାଳପତ୍ର ଶିଳ୍ପ ବ୍ୟବହାର କରି ପ୍ରାକୃତିକ ଓ ପରିବେଶ ଅନୁକୂଳ ରାକ୍ଷୀ ତିଆରିରେ ଗ୍ରାମୀଣ ମହିଳା ଓ ଶିଳ୍ପୀଙ୍କୁ ସହଯୋଗ କରୁଛି। ଏହି ପ୍ରୟାସ ଗ୍ରାମୀଣ ମହିଳାଙ୍କୁ ଉଦ୍ୟମୀତା ରାସ୍ତାରେ ଆଗେଇ ନେବା ସହ ଓଡିଶାର ପାରମ୍ପରିକ କଳାକୁ ପୁନରୁଜ୍ଜୀବିତ କରୁଛି। ଏହି ପରିବେଶ ଅନୁକୂଳ ରାଖିଗୁଡିକୁ ପ୍ରଦର୍ଶନୀ, ସ୍ଥାନୀୟ ବିକ୍ରୟ ଓ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରୟ କରାଯାଉଛି।
