ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ବିଭାଗୀୟ କାର୍ଯ୍ୟାନୁଷ୍ଠାନରେ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ସସ୍ପେଣ୍ଡ ହୋଇଛନ୍ତି । କ୍ରାଇମ୍ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଗଣଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ପ୍ରଶ୍ନ ଲିକ୍ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ୍ରେ ଅଭିଯୋଗ ହେବା ଦିନଠୁ କ୍ରାଇମବ୍ରାଞ୍ଚ୍ ଡିଆଇଜି ବାତୁଲା ଗଙ୍ଗାଧର ଓ ତଦନ୍ତକାରୀ ଅନ୍ୟ ଅଧିକାରୀମାନେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଏକାଧିକ ଥର ପଚରାଉଚରା କରି ବୟାନ ରେକର୍ଡ କରିଛନ୍ତି । ସୋମବାର ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବୋର୍ଡ ସଭାପତି ହାଜର ହୋଇ ପ୍ରଶ୍ନ ଲିକ୍ ଘଟଣା ସମ୍ପର୍କରେ ମନ୍ତ୍ରୀ, ସଚିବଙ୍କୁ କୈଫିୟତ ଦେଇଥିବା ବେଳେ ମଙ୍ଗଳବାର ମଧ୍ୟ ବିଭାଗରେ ହାଜର ହୋଇ କୈଫିୟତ ରଖିଥିବା ସୂଚନା ମିଳିଛି।
