ଭିଜିଲାନ୍ସ ଜାଲରେ ଟିପିସିଓଡିଏଲ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଟିପିସିଓଡିଏଲ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଯନ୍ତ୍ରୀଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ। ଏକାକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ ।
ଭିଜିଲାନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଠିକାଦାର ତାଙ୍କ କାମ ପାଇଁ ଦେୟ ପାଇବା ପାଇଁ ଯାଇଥିଲେ। ତେ‌ବେ ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ବାରମ୍ବାର ଲାଞ୍ଚ ଦାବି କରିବା ପରେ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ଯୋଜନା ଅନୁସାରେ ଭିଜିଲାନ୍ସ ଦଳ ଦ୍ୱାରା ଜାଲ ବିଛାଯାଇଥିଲା ଅଭିଯୁକ୍ତ ତାଙ୍କ ବାସଭବନ ନିକଟସ୍ଥ ଏକ ପାର୍କରେ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ସଫଳ ଅଭିଯାନ ପରେ, ନିର୍ବାହୀ ଯନ୍ତ୍ରୀଙ୍କ ସହ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ କରାଯାଇଥିଲା। ତାଙ୍କ ବାସଭବନରୁ ଅତିରିକ୍ତ ୯,୫୩,୨୦୦ ଟଙ୍କା ଜବତ କରାଯାଇଥିଲା।
ନିର୍ବାହୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *