ଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ: ଜଗା ଦର୍ଶନ ହେଲା ଅନ୍ତିମ ଦର୍ଶନ । ଦର୍ଶନ କରିବାକୁ ଯାଉଥିବା ସମୟରେ ଜଣେ ଭକ୍ତଙ୍କ ଚାଲିଗଲା ଜୀବନ । ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରିବାର ସହ ଆସିଥିଲେ ମହିଳା । ମୃତ ଶ୍ରଦ୍ଧାଳୁ ହେଲେ ଖଣ୍ଡପଡା ଅଞ୍ଚଳର ମନ୍ଦାକିନୀ ସାହୁ । ସୋମବାର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିର ଯିବାବେଳେ ବାଇଶି ପାହାଚରେ ମନ୍ଦାକିନୀ ଟଳିପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସଦର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *