ଗୁଣି ଗାରେଡ଼ି ସନ୍ଦେହରେ ମହିଳା ମୃତ, ୫ ଗିରଫ

ବାଲେଶ୍ୱର: ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ନିସ୍ତୁକ ମାଡ଼ ଘଟଣାରେ ୫ ଜଣ ଗିରଫ। ବାଲେଶ୍ବର ଜିଲ୍ଲା ମହୁମୁହାଣ ପଞ୍ଚାୟତ ମଲ୍ଲିଚୁଆ ଗାଁରେ ଏହି ଘଟଣା ଘଟିଛି। ଗତ ୨୧ତାରିଖରେ ଗାଁର ଗୋଟିଏ ପରିବାରର ତିନି ସଦସ୍ୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଗାଁଲୋକେ। ଗୁଣିଗାରେଡି କରି ଗାଁର ଚୈତା ସିଂ ଏବଂ ତାଙ୍କ ପରିବାର ଲୋକଙ୍କୁ ରୋଗାଗ୍ରସ୍ତ କରୁଥିବା ଅଭିଯୋଗରେ ମାଡ଼ ମାରିଥିଲେ। ଗୋଡ଼ରେ ଜଞ୍ଜିର ଲଗାଇ ଚାବି ପକାଇ ଗୌତା ସିଂହ, ସୁନି ସିଂହ ଓ ଭାଉଜ ଟୁନି ସିଂହଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଉଦ୍ଧାର ପାଇଁ ଯାଇଥିବା ସୋର ପୁଲିସକୁ ମଧ୍ୟ ଗାଁ ଲୋକେ ଅଟକ ରଖିଥିଲେ। କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ।
ଗୁରୁତର ଅବସ୍ଥାରେ ଟୁନି ସିଂହଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣାର ୨୨ଦିନ ପରେ ଗତକାଲି ଭାଉଜ ଟୁନି ସିଂହଙ୍କ ମୃତ୍ୟୁ ହୋଇଛି । ପୁଲିସ୍ ମାମଲାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଗାଁର ମଙ୍ଗୁଲ ସିଂ, ମନୋଜ ସିଂ, ଚନ୍ଦ୍ର ସିଂ, ବାପି ସିଂ ଓ ହାଡ଼ିଆ ସିଂ । ମାମଲାରେ ଅଭିଯୁକ୍ତଙ୍କ ସଂଖା ଆହୁରି ବଢିପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *