ବିଜେପି ସରକାରରେ ମହିଳା ଅସୁରକ୍ଷିତ, ଦାରିଙ୍ଗିବାଡ଼ିରେ ବଢିଚାଲିଛି ମଦୁଆଙ୍କ ପ୍ରାଦୁର୍ଭାବ

Oplus_131072

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ଧନ୍ଧା ବେପରୁଆ ଭାବେ ବଢୁଥିବା ସତ୍ୱେ ପୋଲିସ ଓ ଅବକାରୀ ବିଭାଗ ନିରବ ଦର୍ଶକ ହୋଇ ରହିଛନ୍ତି। ସିମନବାଡି ପଞ୍ଚାୟତ ଅଞ୍ଚଳ ସହିତ ଅନେକ ଗ୍ରାମରେ ସନ୍ଧ୍ୟା ପଡିଲେ ମଦାସକ୍ତ ଯୁବକମାନେ ରାସ୍ତାରେ ଆସି ଅସଭ୍ୟ ବ୍ୟବହାର କରୁଛନ୍ତି।ସନ୍ଧ୍ୟା ହେଲେ ଜନଗହଳି ଅଞ୍ଚଳ, ଦୋକାନ ଓ ବଜାର ସାମ୍ନାରେ ମଦାସକ୍ତ ଯୁବକମାନେ ଅଶ୍ଳୀଳ ଭାଷା ବ୍ୟବହାର କରି ଗାଳିଗୁଲଜ କରୁଥିବାରୁ ମହିଳାମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ଏଭଳି ଅସାମାଜିକ କାର୍ଯ୍ୟକଳାପ ବାରମ୍ବାର ହେଉଥିବା ସତ୍ୱେ, ଥାନା ପକ୍ଷରୁ କୌଣସି କଠୋର ପଦକ୍ଷେପ ନିଆ ଯାଉନାହିଁ।ସ୍ଥାନୀୟ ଅଞ୍ଚଳବାସୀମାନେ ଅଭିଯୋଗ କରିଛନ୍ତି ଯେ, ଦାରିଙ୍ଗବାଡି ଥାନା ଓ ଅବକାରୀ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ନିୟମିତ ପାଟ୍ରୋଲିଂ ହେଉନାହିଁ, ଫଳରେ ଚୋରାମଦ ବ୍ୟବସାୟୀମାନେ ବିନା ଦ୍ଵନ୍ଦ ଚାଲୁଛନ୍ତି।ପୋଲିସ ଅନୁପସ୍ଥିତି ଓ ଅବହେଳାର ଫାଇଦା ନେଇ କିଛି ଅସାମାଜିକ ଶକ୍ତି ଅଞ୍ଚଳରେ ଦୌରାତ୍ମ୍ୟ ଚାଲାଇଛନ୍ତି। ସ୍ଥାନୀୟମାନେ ଦାବି କରିଛନ୍ତି ଯେ ପୋଲିସ ଓ ଅବକାରୀ ବିଭାଗ ତୁରନ୍ତ କଠୋର ପଦକ୍ଷେପ ନେଇ ଏହି ଚୋରାମଦ ଚକ୍ରକୁ ଧ୍ଵଂସ କରନ୍ତୁ, ନହେଲେ ଅଞ୍ଚଳର ଶାନ୍ତି-ଶୃଙ୍ଖଳା ଭଙ୍ଗ ହେବା ନିଶ୍ଚିତ।

Leave a Reply

Your email address will not be published. Required fields are marked *