ସୁଭଦ୍ରା ଯୋଜନା ନେଇ ମହିଳା କଂଗ୍ରେସର ଆକ୍ରୋଶ, ପ୍ରଭାତୀ ପରିଡ଼ାଙ୍କୁ ଟାର୍ଗେଟ

Oplus_131072

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆଜି ଖୁଣ୍ଟିଆ ଭବନରେ ମହିଳା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଠାରେ ମହିଳା କଂଗ୍ରେସ ମୁଖପାତ୍ର ସୁଲୋଚନା ସାହୁ, ବିଜେପିର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ତୀବ୍ର ଆକ୍ରୋଶ କରି କହିଥିଲେ ଯେ, ଓଡ଼ିଶା ସରକାର ସୁଭଦ୍ରା ଯୋଜନା ନାମରେ ମହିଳାଙ୍କୁ ମାତ୍ର ଦିନକୁ ୨୭ ଟଙ୍କା ଦେଇ ନିଜେ ଗର୍ବ ଅନୁଭବ କରୁଛନ୍ତି।ସେ ଅଭିଯୋଗ କଲେ ଯେ, ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମହିଳାମାନେ ମାସକୁ ୨୫୦୦ ଟଙ୍କା ପାଉଛନ୍ତି, କିନ୍ତୁ ଓଡ଼ିଶାରେ ସେମାନଙ୍କୁ ଦିଆଯାଉଛି ନିଜେକୁ ଅପମାନିତ କରାଉଥିବା ଏତେ ଅଳ୍ପ ରାଶି। ସରକାର ପାଖରେ ଟଙ୍କା ନଥିବା ନିମନ୍ତେ ବିଭିନ୍ନ ଆଳରେ ଏହି ଯୋଜନାକୁ କାଟିବା ଚେଷ୍ଟା ହେଉଛି ବୋଲି ସେ ଅଭିଯୋଗ କଲେ।ଏହି ସମ୍ମିଳନୀରେ ମନିଷା ଦାସ ପଟ୍ଟନାୟକ, ଓବିଶି ମୋର୍ଚ୍ଚା ନେତା ଅନାଦି ସାହୁ ଓ ନୂଆପଡ଼ା ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ଉପସ୍ଥିତ ଥିଲେ। ମନିଷା ଦାସ ପଟ୍ଟନାୟକ ପ୍ରଶ୍ନ କଲେ – “ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ନା ବିଜେପିର?” — ଏହି ନେଇ ସେ ମହିଳାମାନଙ୍କ ମଧ୍ୟରେ ତିବ୍ର ସନ୍ଦେହ ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ।

Leave a Reply

Your email address will not be published. Required fields are marked *