ଭୁବନେଶ୍ୱର: ୨୦୨୬ ଫେବ୍ରୁଆରୀ ୧୭ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦଶମ ଓ ଦ୍ୱାଦଶ (ଯୁକ୍ତ ୨) ବୋର୍ଡ ପରୀକ୍ଷା ହେବ। ଆସନ୍ତା ବର୍ଷ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଏବେଠାରୁ ସିବିଏସ୍ଇ ପକ୍ଷରୁ ସୂଚନା ମିଳିଛି। ଫେବ୍ରୁଆରୀ ୧୭ରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ ବୋର୍ଡ ପରୀକ୍ଷା। ଦଶମ ପରୀକ୍ଷା ଦୁଇଥର ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ ୧୫ରୁ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ। ଯୁକ୍ତଦୁଇ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୯ରେ ସରିବ। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୪ଟି ବିଷୟରେ ପ୍ରାୟ ୪୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡିଛି।
ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଯୁକ୍ତ-୨ ପରୀକ୍ଷା
