ଏସ୍ଆଇ ନିଯୁକ୍ତିରେ ଦୁର୍ନୀତି ମାମଲା; ଆଉ ଜଣେ ବ୍ୟକ୍ତି ଗିରଫ

ଭୁବନେଶ୍ୱର: ପୁଲିସ୍ ସବ୍-ଇନ୍ସପେକ୍ଟର (ଏସ୍ଆଇ) ନିଯୁକ୍ତି ପରୀକ୍ଷାରେ ଠକେଇ ଅଭିଯୋଗର ତଦନ୍ତ କରି ଆଉ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ରବିବାର ଦିନ ଗିରଫ କରିଛି।ଗିରଫ ହୋଇଥିବା ବ୍ୟକ୍ତି ୪୩ ବର୍ଷୀୟ ଅରବିନ୍ଦ ଦାସ। ଯିଏକି ବାଲେଶ୍ୱର ଜିଲ୍ଲାର ସିଙ୍ଗାଲା ଥାନା ଅନ୍ତର୍ଗତ ନାବରା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଅରବିନ୍ଦଙ୍କୁ ପଚରାଉଚରା କରାଯାଇ ତାଙ୍କଠାରୁ ଅନେକ ଅପରାଧିକ ସାମଗ୍ରୀ ଜବତ କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁରର ଏକ କୋର୍ଟକୁ ପଠାଯାଇଥିବା ସୂଚନା ମିଳିଛି।
ତେବେ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ବହୁବିଧ ଧାରା – ୩୧୯(୨), ୩୧୮(୪), ୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨), ଏବଂ ୩(୫) – ସହିତ ଓଡ଼ିଶା ପବ୍ଲିକ୍ ପରୀକ୍ଷା (ଅନ୍ୟାୟ ନିବାରଣ) ଆଇନ, ୨୦୨୪ ର ଧାରା ୧୧(୧) ଏବଂ ୧୨(୧) ଅନ୍ତର୍ଭୁକ୍ତ। ତେବେ ଏହି ମାମଲା ୩୦ ସେପ୍ଟେମ୍ବର ୨୦୨୫ ରେ ହୋଇଥିବା ଗୋଳନ୍ଥରା ପିଏସ୍ କେସ୍ ନଂ. ୪୪୭ ସହିତ ଜଡିତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *