ଅର୍ଥନୀତିରେ ୩ ବିଶିଷ୍ଟ ବିଜ୍ଞାନୀଙ୍କୁ ନୋବେଲ

Oplus_131072

ନୂଆଦିଲ୍ଲୀ: ଅର୍ଥନୀତି ବିଜ୍ଞାନରେ ୩ ଜଣ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି। ଜୋଏଲ ମୋକିର, ଫିଲିପ ଅଘିଓନ, ଓ ପିଟର ହୋୱିଟ୍ ସେହି ସମ୍ମାନ ପ୍ରାପ୍ତ କରିଛନ୍ତି।ଜୋଏଲ ମୋକିର ଅର୍ଥନୀତିକ ଅଭିବୃଦ୍ଧି ବିଷୟରେ ଗବେଷଣା କରି ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି। କିପରି ନବସୃଜନ ନିଜେ ଆର୍ଥିକ ବିକାଶକୁ ପ୍ରଭାବିତ କରେଜୋଏଲ ମୋକିର ନିଜ ଗବେଷଣା ରେ ଦେଖାଇଛନ୍ତି। ଫିଲିପ ଅଘିଓନ ଓ ପିଟର ହୋୱିଟ୍ଙ୍କୁ ସୃଜନଶୀଳତା ଓ ନିରନ୍ତର ଅଭିବୃଦ୍ଧିର ତତ୍ତ୍ୱ ପାଇଁ ସମ୍ମାନିତ କରାଯାଇଛି।ନୋବେଲ୍ କମିଟି ଉଲ୍ଲେଖ କରିଛି, ଏହି ଅର୍ଥନୀତିଜ୍ଞମାନେ ପ୍ରଦର୍ଶନ କରିଛନ୍ତି କିପରି ନବସୃଜନ ଏବଂ ସୃଜନଶୀଳତା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇପାରେ, ବିଶେଷକରି ତେଜ ଗତିରେ ବିକାଶ ହେଉଥିବା ପ୍ରଯୁକ୍ତିବିଦ୍ୟା ସମୟରେ।ଗତବର୍ଷ ଏହି ପୁରସ୍କାର ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ୍, ଓ ଜେମ୍ସ୍ ଏ. ରବିନସନ୍ଙ୍କୁ ଦିଆଯାଇଥିଲା, ଯେଉଁମାନେ ଗବେଷଣା କରିଥିଲେ କିଛି ଦେଶ କାହିଁକି ଧନୀ ଓ କିଛି ଗରିବ। ସେମାନଙ୍କର ଦଳିଲ ଥିଲା ଯେ ଅଧିକ ମୁକ୍ତ ଓ ଖୋଲା ସମାଜରେ ସମୃଦ୍ଧିର ସମ୍ଭାବନା ବେଶି।

Leave a Reply

Your email address will not be published. Required fields are marked *