ଦୀପାବଳି ଉତ୍ସବ ଅବସରରେ ଆସନ୍ତା ସୋମବାର ଓ ମଙ୍ଗଳବାର (୨୦ ଓ ୨୧ ତାରିଖ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ। କିନ୍ତୁ ନୂଆପଡା ଜିଲ୍ଲାରେ କେବଳ ୨୧ ତାରିଖ ଏକଦିନ ଛୁଟି ଘୋଷଣା କରାଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସାରେ, ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଏହି ଦୁଇଦିନ ବନ୍ଦ ରହିବ। ଏହି ସନ୍ଦର୍ଭରେ ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ କରିଛନ୍ତି।
ସେହିପରି, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ୨୦ ଓ ୨୧ ତାରିଖ ଛୁଟି ରହିବ। ଏନେଇ ବିଭାଗର ପିଟିସି ଉପନିର୍ଦ୍ଦେଶକ ରଜତ କୁମାର ମାନସିଂହ ସମସ୍ତ ପିଜି କାଉନ୍ସିଲ ଅଧ୍ୟକ୍ଷ ଓ ପ୍ରିନ୍ସିପାଲମାନଙ୍କୁଁ ଜଣାଇଛନ୍ତି ।
