ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କା ଯୋଜନା ଫେଲ: ରାସ୍ତା ପାଲଟିଛି ମରଣଯନ୍ତା

Oplus_131072

ଦାରିଙ୍ଗବାଡ଼ି: ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ପ୍ରତି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନା ଚାଲିଛି। କିନ୍ତୁ ଗ୍ରୀନବାଡ଼ି ପଞ୍ଚାୟତର ଜିଡ଼ିଙ୍ଗମାଲା ଏବଂ ଦନେକବାଡ଼ି ପଞ୍ଚାୟତର କଟଡ଼ି ଗ୍ରାମବାସୀଙ୍କ ପାଇଁ ଏହା ଏବେ ମାତ୍ର ସ୍ବପ୍ନରେ ପରିଣତ ହୋଇଛି।ଜିଡ଼ିଙ୍ଗମାଲାଠାରୁ କଟଡ଼ି ପର୍ଯ୍ୟନ୍ତ ପ୍ରାୟ ୪ କିମି ମାଟି ରାସ୍ତା ରହିଛି। ରାସ୍ତା ସାରା ବଡ଼ ବଡ଼ ପଥର, ଓ ଗଭୀର ଖାଲଖମା ଯୋଗୁଁ ଦୁଇଚକିଆ ଯାନ କିମ୍ବା ଅଟୋ ଚଳାଇବାକୁ ଅସମ୍ଭବ ହେଉଛି। ପାଦଚାରୀ ମାନକଂ ପାଇଁ ମଧ୍ୟ ସେହି ରାସ୍ତାଦେଇ ଚାଲିବ କଷ୍ଟକର ହୋଇପଡିଛିl କୁନି କୁନି ସ୍କୁଲ ପିଲା ସବୁ ଦିନ ଅସୁବିଧା ର ସମ୍ମୁଖୀନ ହଉଛନ୍ତି।ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅନେକ ଥର ଲିଖିତ ଅଭିଯୋଗ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ। ଜରୁରୀକାଳିନ ପରିସ୍ଥିତିରେ ରୋଗୀକୁ ଆମ୍ବୁଲାନ୍ସରେ ନେବାକୁ ହେଲେ ଗ୍ରାମବାସୀମାନେ ବିକଳ୍ପ ପଥ ଚାଲିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଗ୍ରାମବାସୀମାନେ ଶୀଘ୍ର ରାସ୍ତା ମରାମତି ଓ ପକ୍କା ରାସ୍ତା ନିର୍ମାଣ କରାଯିବା ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *