ଭୁବନେଶ୍ବର : ଜଗତସିଂହପୁର ବିଜୁ ଜନତା ଦଳର କର୍ମୀ ରଶ୍ମି ପରିଜାଙ୍କ ଉପରେ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମହିଳାଙ୍କ ଉପରେ ବଢୁଥିବା ଏପରି ଘଟଣା କଦାପି ଗ୍ରହଣୀୟ ନୁହେଁ। ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ଏ ବାତାବରଣ ଜନମାନସକୁ ଆତଙ୍କିତ କରୁଛି । ଅସାମାଜିକ ବ୍ୟକ୍ତି ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟୟ ହୋଇପଡ଼ୁଛି । ସରକାର ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଜାୟ ରଖନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ବିଜୁ ଜନତା ଦଳର କର୍ମୀ ରଶ୍ମି ପରିଜାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା
