ବାଂଲାଦେଶୀଙ୍କୁ ତଡ଼ିବାକୁ ଦାବି : ବଲାଙ୍ଗିର ଏସପିଙ୍କୁ ଦାବିପତ୍ର ପ୍ରଦାନ

Oplus_16908288

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାରୁ ବେଆଇନ ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ତଡ଼ିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ବଲାଙ୍ଗୀର ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବାଂଲାଦେଶୀମାନଙ୍କ ପାଇଁ ଦିନକୁ ଦିନ ବଲାଙ୍ଗୀର ଜିଲ୍ଲାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସହ ହିଂସାଜନିତ ପରିସ୍ଥିତି ସୃଷ୍ଟି ହେଉଛି । ଘଟଣାକୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନ ଗୁରୁତ୍ଵ ଦେଉ ନାହାନ୍ତି। ତେଣୁ ଏହି ଗୁରୁତର ରୂପ ହେଲାଣି। କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଲୋକେ ବିରୋଧ କରିଥିଲେ। ହେଲେ ସେମାନଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଛି । କିଛି ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ବର୍ତ୍ତମାନ ଗିରଫଦାରୀ ଭୟରେ ପୁରୁଷଶୂନ୍ୟ ହୋଇଛି ଦେଓଗାଁ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ରାଜ୍ୟରୁ ତଥା ଦେଶରୁ ବିତାଡିତ କରିବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *