କଟକ: ରେଭେନ୍ଶା ବିଶ୍ୱବିଦ୍ୟାଳୟରେ କ୍ଲାସରୁମ୍ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗରେ ଛାତ୍ରୀଛାତ୍ର ନିଆରା ପ୍ରତିବାଦ କରିଛନ୍ତି। ସେମାନେ ରାସ୍ତାରେ ବସି ପାଠ ପଢ଼ି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।ଯୁକ୍ତ ୩ କଳା ବିଭାଗର ୨ୟ ବର୍ଷର ଛାତ୍ରୀଛାତ୍ରମାନେ କ୍ଲାସରୁମ୍ ଭିତର ଅସୁରକ୍ଷିତ ହୋଇଥିବା କାରଣ ଦର୍ଶାଇ ବିଶ୍ବବିଦ୍ୟାଳୟ ରାସ୍ତାରେ ବସି ଅଧ୍ୟାପନ ଆରମ୍ଭ କରିଛନ୍ତି । ଅଧ୍ୟାପକମାନେ ମଧ୍ୟ ସେଥିରେ ସାମିଲ ହୋଇ ରାସ୍ତାରେ ବସି ପାଠ ପଢ଼ାଇଛନ୍ତି।ଛାତ୍ରୀଛାତ୍ରମାନଙ୍କ କହିବା ଅନୁଯାୟୀ, କ୍ଲାସରୁମ୍ର ଛାତ ଓ ଦିବାର ଜୀର୍ଣ୍ଣ ହୋଇ ଭଙ୍ଗିପଡ଼ିବାର ଆଶଙ୍କା ରହିଛି। ଏହିକାରଣରୁ ସେମାନେ ଦୀର୍ଘଦିନ ଧରି ମରାମତି ଦାବି କରୁଥିଲେ, କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି।ଅସୁରକ୍ଷିତ ଭବନରେ ପଢ଼ିବା ଜୋଗୁଁ ଜୀବନଜୋଖିମ ରହିଥିବାରୁ ଛାତ୍ରୀଛାତ୍ର ଶୀଘ୍ର ମରାମତି କାମ ଆରମ୍ଭ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ଦାବି କରିଛନ୍ତି।
ଜରାଜୀର୍ଣ୍ଣ ଅବସ୍ଥାରେ ରେଭେନ୍ଶା ଶ୍ରେଣୀକକ୍ଷ: ଖୋଲା ରେ ବସି ପାଠ ପଢି ନିଆରା ପ୍ରତିବାଦଛାତ୍ରଛାତ୍ରୀ
Oplus_131072
