ମୁମ୍ବାଇ: ୧୯୮୩ ମସିହାରେ କପିଲ ଦେଭଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ବିଶ୍ୱକପ୍ ଜିତିବା ଯେପରି ଭାରତୀୟ କ୍ରିକେଟ୍ ଇତିହାସରେ ନୂତନ ଅଧ୍ୟାୟ ରଚିଥିଲା, ଠିକ ସେପରି ୨ ନଭେମ୍ବର ୨୦୨୫ ତାରିଖଟି ଭାରତୀୟ ମହିଳା କ୍ରିକେଟ୍ ପାଇଁ ସ୍ୱର୍ଣ୍ଣିମ ଦିନ ଭାବେ ଚିହ୍ନିତ ହୋଇରହିବ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଭାରତ ବିଶ୍ୱକପ୍ ଜିତି ଅବିସ୍ମରଣୀୟ ଇତିହାସ ଗଢ଼ିଛି ଏବଂ ସମଗ୍ର ବିଶ୍ୱରେ ନିଜ ଶକ୍ତି ଓ ପ୍ରତିଭାର ପ୍ରତିପାଦନ କରିଛି।ଏହି ବିଜୟ ପରେ ଏବେ ସବୁଠୁ ଅଧିକ ଆଲୋଚିତ ବିଷୟ ହେଉଛି — ପୁରୁଷ ଓ ମହିଳା କ୍ରିକେଟରମାନଙ୍କ ଆୟ ଭିତରେ ଥିବା ତାରତମ୍ୟ। ବିସିସିଆଇ (BCCI) ଦ୍ୱାରା ଧାର୍ଯ୍ୟ ବାର୍ଷିକ ରିଟେନରସିପ୍ (Annual Retainership) ଢାଞ୍ଚା ଅନୁଯାୟୀ ମହିଳା ଓ ପୁରୁଷ ଖେଳାଳିଙ୍କ ଆୟ ଭିତରେ ଏକ ବିପୁଳ ଅନ୍ତର ରହିଛି।ଗ୍ରେଡ୍ ମହିଳା ଖେଳାଳିଙ୍କ ବାର୍ଷିକ ଆୟ ପୁରୁଷ ଖେଳାଳିଙ୍କ ବାର୍ଷିକ ଆୟA+ — ₹ ୭ କୋଟିA ₹ ୫୦ ଲକ୍ଷ (ହରମନପ୍ରୀତ, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା) ₹ ୫ କୋଟିB ₹ ୩୦ ଲକ୍ଷ (ରେଣୁକା, ଜେମିମା, ରିଚା, ଶେଫାଳୀ) ₹ ୩ କୋଟିC ₹ ୧୦ ଲକ୍ଷ (୯ ଜଣ ଖେଳାଳି) ₹ ୧ କୋଟିଏହି ତାରତମ୍ୟର ପ୍ରମୁଖ କାରଣ ହେଉଛି, ପୁରୁଷ ଟିମ୍ ପ୍ରତିବର୍ଷ ଅଧିକ ସଂଖ୍ୟାରେ ମ୍ୟାଚ୍ ଖେଳୁଥାଏ, ଯାହା ତାଙ୍କ ଆୟକୁ ବଢ଼ାଇ ଦେଇଥାଏ।ତଥାପି, ୨୦୨୨ ମସିହାରେ ବିସିସିଆଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲା — ଯେଉଁଥିରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି’ ସମାନ କରାଯାଇଛି।ସମାନ ମ୍ୟାଚ୍ ଫି’ ହେଉଛି:ଟେଷ୍ଟ ମ୍ୟାଚ୍: ₹ ୧୫ ଲକ୍ଷODI ମ୍ୟାଚ୍: ₹ ୬ ଲକ୍ଷT20I ମ୍ୟାଚ୍: ₹ ୩ ଲକ୍ଷବିଶ୍ୱକପ୍ ବିଜୟ ପରେ ବିସିସିଆଇ ପାଇଁ ପରବର୍ତ୍ତୀ ଚ୍ୟାଲେଞ୍ଜ ହେଉଛି — ମହିଳା ଦଳ ପାଇଁ ଅଧିକ ମ୍ୟାଚ୍ ଆୟୋଜନ କରିବା ଏବଂ ରଣଜୀ ଟ୍ରଫି ଭଳି ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା।ଏହା ହେଲେ, ନିଶ୍ଚୟ ଭାବେ ମହିଳା କ୍ରିକେଟ୍ରେ ଆୟ ସମତା ଓ ସମ୍ମାନର ନୂତନ ଅଧ୍ୟାୟ ଆରମ୍ଭ ହେବ।
ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କଲେ ମହିଳା ଟିମ୍, ସମାନ ଦରମା ହେବ ବିସିସିଆଇର ପରବର୍ତ୍ତୀ ପଦକ୍ଷେପ
Oplus_131072
