ପାଟଣାଗଡ଼ : ପୁଅ ବାହାଘର ପାଇଁ ଭାରି ଖୁସି ଥିଲେ ବାପା। ଧୁମଧାମରେ ପୁଅର ବାହାଘର ସାରି ସାଥିରେ ବୋହୂକୁ ନେଇ ଘରକୁ ଫେରିଥାନ୍ତେ। ହେଲେ, ତା’ ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ବାହାଘର ଶୋଭାଯାତ୍ରାରେ ହିଁ ପାଲଟିଲା ଶେଷଯାତ୍ରା। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମଣ୍ଡଳ ଗାଁରେ। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବାହାଘର ଶୋଭାଯାତ୍ରା ବେଳେ ବର ବେଶରେ ପୁଅ ବସିଥିବା କାର୍ ବାପାଙ୍କ ଉପରେ ମାଡ଼ିଯିବାରୁ ବାପା ଙ୍କର ଜୀବନ ଚାଲିଯାଇଛି। । କନ୍ୟା ପକ୍ଷର ଭାଇ ମଧ୍ୟ କାର ଚକା ତଳେ ଚାପି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଗତକାଲି ରାତିରେ ପୁଅର ବାହାଘର ଶୋଭାଯାତ୍ରାରେ ଆଗେ ଆଗେ ଚାଲିଥିଲେ ଚୈତନ୍ୟ ବାଗ। ହେଲେ ହଠାତ୍ ତାଙ୍କ ଗାଡ଼ି ଚଢ଼ି ଯିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ଅବିଭକ୍ତ କୋରାପୁଟରେ ୬୮୬ ସରକାରୀ ସ୍କୁଲ ବନ୍ଦ/ମିଶ୍ରଣ ନେଇ ଲୋକସଭାରେ ସାଂସଦଙ୍କ ଦାବି
ଭୁବନେଶ୍ୱର: ସାଂସଦ ସପ୍ତଗିରି ଶଙ୍କର ଉଲାକା ଅବିଭକ୍ତ କୋରାପୁଟରେ ସରକାରୀ ଏବଂ ସରକାରୀ-ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ଉଦବେଗଜନକ ବନ୍ଦ ଏବଂ ମିଶ୍ରଣ ସମ୍ପର୍କରେ ଦାବି କରିଛନ୍ତି । ଯେଉଁଥିରେ…
ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ, ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ
ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଲାଗିଲା ନିଆଁ । ଷ୍ଟେସନ ମାଷ୍ଟରଙ୍କ କ୍ୟାବିନ୍ରେ ନିଆଁ ଲାଗିଥିବା ସୂଚନା । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା…
ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର : ଆଗାମୀ ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ବିଧାନସଭାର ମୌସୁମୀ ଅଧିବେଶନ…
