ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି କଲେ ଚଳଚ୍ଚିତ୍ର ନିର୍ଦେଶକ

କଟକ, ୨୬/୧୧: ଓଲିଉଡ଼ର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବା ପାଇ ଆଜି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ପାଇଁ ଥାନାରେ ଏତଲା ଦେଇଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ। ମଧୁପାଟଣା ଥାନାରେ ଏତଲା ଦାୟର କରିଛନ୍ତି। ଏତଲାରେ ଦିନେଶ, ପ୍ରଶାନ୍ତଙ୍କ ସହ ମହିଳା କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସାର ତଦନ୍ତ ଦାବି କରିବା ସହ ବିପୁଳ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି।
ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

Leave a Reply

Your email address will not be published. Required fields are marked *