ଥରିଲା ଆମେରିକା

ୱାଶିଂଟନ: ଆମେରିକାର ଆଲାସ୍କାରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାଇ ଆଲାସ୍କାର ଆଙ୍କୋରେଜ୍ ମେଟ୍ରୋପଲିଟାନ୍ ଅଞ୍ଚଳରେ ଭୂମିକମ୍ପ ହୋଇଛି, ଯାହାର ରିକ୍ଟର ସ୍କେଲରେ ତୀବ୍ରତା 6.0 ଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (UMGS) ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାଇ ଆମେରିକାର ଆଙ୍କୋରେଜ୍ ମେଟ୍ରୋପଲିଟାନ୍ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଲାସ୍କାର ସୁସିତ୍ରାରୁ ପଶ୍ଚିମ-ଉତ୍ତରପଶ୍ଚିମରେ 12 କିଲୋମିଟର ଦୂରରେ, ସହରରୁ ପ୍ରାୟ 108 କିଲୋମିଟର ଉତ୍ତର-ପଶ୍ଚିମରେ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ 69 କିଲୋମିଟର ଗଭୀରରେ ଥିଲା। ଭୂମିକମ୍ପ ଯୋଗୁଁ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

Leave a Reply

Your email address will not be published. Required fields are marked *