ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁ ଙ୍କର କରାଗଲା ମହାସ୍ନାନ। କେହି ଜଣେ ଭକ୍ତ ଛୁଇଁ ଦେବାରୁ କରାଯାଇଛି ମହାସ୍ନାନଏଥିପାଇଁ କିଛି ସମୟ ସାଧାରଣ ଦର୍ଶନ ବନ୍ଦ ରହିଥିଲା।
ଆଜି ରବିବାର ହେଇଥିବାରୁ ମନ୍ଦିର ଅନ୍ୟ ଦିନ ଅପେକ୍ଷା ବହୁ ଭିଡ଼ ହେଇଥିଲା। ସକାଳ ପ୍ରାୟ ୬:୪୦ ବେଳକୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ହେଇଥିଲା। ଆଳତି ପରେ ଭିତର କାଠ ଦର୍ଶନ ଚାଲିଥିଲା। ଏହି ସମୟରେ ଜଣେ ଭକ୍ତ ପାଳିଆ ସେବକଙ୍କୁ ଛୁଇଁ ଦେବାରୁ ଏହି ମହାସ୍ନାନ ନୀତି ହେଇଥିଲା। ଏଥିପାଇଁ ପ୍ରାୟ ୧ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା।
ମହାପ୍ରଭୁଙ୍କର ହେଲା ଛୁଆଁ ମହାସ୍ନାନ
